Odisha Development Forum - An Initiative from The Odisha Society of the Americas
Airport at Berhampur - Printable Version

+- Odisha Development Forum - An Initiative from The Odisha Society of the Americas ()
+-- Forum: Metros, Cities, Towns, Special Districts & Villages (/forum-12.html)
+--- Forum: Greater Berhampur (/forum-127.html)
+---- Forum: Transportation Centers (/forum-253.html)
+---- Thread: Airport at Berhampur (/thread-418.html)



Airport at Berhampur - Chitta - 03-27-2023

Following is from https://www.facebook.com/100063672799066/posts/pfbid0HBZoJmXsVDQuVABRt43sdofHYcqoyM4qgMBQG3yi6zCip6BAKfV7x8UEKeN3e1SHl/?mibextid=Nif5oz

ରଙ୍ଗେଈଲୁଣ୍ଡା (ବ୍ରହ୍ମପୁର) କୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଓଡିଶା ଡେଭଲପମେଣ୍ଟ ଫୋରମ ଦେଲା ଦାବିପତ୍ର;
ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରିବା ଓ ଭୁବନେଶ୍ୱର - ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା ପାଇଁ ଦେଲେ ପ୍ରତିଶୃତି
ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶକ ଧରି ଗଞ୍ଜାମ ଜିଲ୍ଲାର ଜନସାଧାରଣ ଓ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦାବି କରିବା ପରେ ଗତ ମାର୍ଚ୍ଚ ୫ ତାରିଖ ଠାରୁ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରୁ ଭୁବନେଶ୍ବର କୁ ଏକ ନନ ସେଡୁଲ ବିମାନ ସେବା ସପ୍ତାହକୁ ଦୁଇ ଦିନ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ପ୍ରତିଦିନ ବିମାନ ସୁବିଧା ନଥିବା, ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ହୋଇନଥିବା ଓ ପ୍ରମୁଖ ସହର ଯଥା ବିଶାଖାପାଟଣା, କଲିକତା, ହାଇଦ୍ରାବାଦ୍ କୁ ସଂଯୋଗ ହୋଇ ନଥିବା ଯୋଗୁଁ ଜନ ସାଧାରଣ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବା ପର୍ଯ୍ୟନ୍ତ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କୁ ସମ୍ପ୍ରସାରିତ କରି ATR- 72 ବା ତାହାଠୁ ବଡ ବିମାନ ଚଲାଇବା ପାଇଁ ରାଜ୍ୟ ସରକାର ଯେଉଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉ ଥିଲା ତାହାର ପ୍ରଗତି ବି କିଛି ଆଖିଦୃଷ୍ଟିଆ ଦେଖା ଯାଉ ନାହିଁ। ତେଣୁ  ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ ଗତ କାଲି ଭୁବନେଶ୍ବର ଠାରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଥିଲେ ଓ ଏହି ସବୁ ବିଷୟକୁ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରିବା ସହ ଶୀଘ୍ର ସମାଧାନ ର ପନ୍ଥା ବାହାର କରିବା ଓ ବ୍ରହ୍ମପୁରରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ

ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନା ରୁ ଲକ୍ଷାଧିକ ପର୍ଯ୍ୟଟକ ମା' ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରୁ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ପ୍ରତିଦିନ ବିଶାଖାପାଟଣା, କଲିକତା, ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନର ବ୍ୟବସ୍ଥା ସଫଳ ହେବ। ତେଣୁ କେବଳ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା ଓ ବିଶାଖାପାଟଣା କୁ ଯଥା ଶୀଘ୍ର ବିମାନ ସେବା ପ୍ରତିଦିନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା। ଅନ୍ୟ ଦାବି ମଧ୍ୟରେ, ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ସେଡୁଲ ବିମାନ ଚଲାଇବା, ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନ ରେ ଟିକେଟ ପାଇବା ପାଇଁ ଭିଡ଼ ଲାଗିଥିବା ଯୋଗୁଁ ବିମାନ କୁ ପ୍ରତିଦିନ ଦୁଇ ଥର ଚଲାଇବା ଓ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇ ଥିଲା। ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା (ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ)  ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ବିଶ୍ଵବିଦ୍ୟାଳୟ ର ସବୁ ଛାତ୍ରାବାସ କୁ ଗେଷ୍ଟ ହାଉସ ପାଖକୁ ନେଇ ଆଉ ୨୫ ଏକର ଜମି ଓ ତାହା ପଛକୁ ରହିଥିବା ୧୦୦ ଏକର ରୁ ଅଧିକ ସରକାରୀ, ଚାରଣ ଓ ବେସରକାରୀ ଜମି କୁ ବିମାନ ବନ୍ଦର ରେ ମିଶାଇ ୨୫୦୦ ମିଟର ର ଏକ ନୂଆଁ ରନ-ୱେ ପଶ୍ଚିମ ପଟକୁ ନିର୍ମାଣ କରି କିମ୍ବା କୌଣସି ନୂଆଁ ସ୍ଥାନ ରେ ସବୁଦିନିଆ ଗ୍ରୀନ ଫିଲ୍ଡ ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର କେମିତି ଶିଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ମହୋଦୟା ଙ୍କୁ ଅନୁରୋଧ କରାଯାଇ ଥିଲା। ଏହି ସବୁ ଦାବିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗମ୍ଭୀରତା ର ସହ ଶୁଣିବା ସହ ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର ଓ ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା, ଏହାସହ 'ଲିଙ୍କ ବିମାନ' ଚାଲିବା ଓ ବିମାନ ବନ୍ଦର ରେ ବିଭିନ୍ନ ଜନ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଯଥା ସାଧ୍ୟ ଚେଷ୍ଟା କରା ଯାଉଥିବା ଓ ଅତି ଶୀଘ୍ର ବଡ ବିମାନ ସେବା ଯୋଗାଇ ଦେବାକୁ ସେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ଡେଭଲପମେଣ୍ଟ ଫୋରମ ସଚିବ V ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ, ଏନ. ନୀଳମାଧବ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ
ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
Odisha Development Forum
Press Release, March 26, 2023


RE: Airport at Berhampur - Chitta - 05-11-2023

Following is from https://www.facebook.com/photo/?fbid=1070727797217983&set=gm.5976059492503761&idorvanity=301029640006803

[Image: attachment.php?aid=36]


RE: Airport at Berhampur - Chitta - 07-20-2024

Following is from https://www.facebook.com/FutureBrahmapur/posts/pfbid02V72WuDFnEQdQTecFrLqLdN73ERMs3Ey6LnmUTBesWZsjLWPHGFSkDBMLSKUoYP2zl


Quote:ବ୍ରହ୍ମପୁର ରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ଙ୍କ ପ୍ରତିଶ୍ରୁତି

ବ୍ରହ୍ମପୁର ରେ ୩୦୦୦ ମିଟର ରନୱେ ସହ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଯଥାଶୀଘ୍ର କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ ରାମମୋହନ ନାଇଡୁ ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍, ଇଚ୍ଛାପୁର ଜୁଏଲାରୀ ଆସୋସିଏସନ୍ ଓ ଇଚ୍ଛାପୁର ଚାମ୍ବର ଅଫ କମର୍ସ ର ଏକ ସଦସ୍ୟ ମଣ୍ଡଳୀକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଏହି ସମ୍ଵନ୍ଧରେ ଯଥାଶୀଘ୍ର ଆଲୋଚନା ପରେ ତାଙ୍କରି ବିଭାଗ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ନାଇଡୁ କହିଥିଲେ।

ଏହି ସମନ୍ଧରେ ଏକ ଦାବିପତ୍ର ମନ୍ତ୍ରୀ ମହୋଦୟ ଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ବ୍ରହ୍ମପୁର, ଇଚ୍ଛାପୁର, ପଲାସା, ପାରଳାଖେମୁଣ୍ଡି ର ଅନେକ ସଂଗଠନ ର କାର୍ଯ୍ୟକର୍ତ୍ତା ଇଚ୍ଛାପୁର, ଆନ୍ଧ୍ର ପ୍ରଦେଶ ଠାରେ ପ୍ରଦାନ କରିଥିଲେ। ଦାବିପତ୍ର ରେ, ୩୦୦୦ ମିଟର ରନୱେ ସହ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରିବା, ବ୍ରହ୍ମପୁର ବିମାନ ବନ୍ଦର କୁ ଡି.ଜି.ସି.ଏ ଅନୁମତି ପ୍ରଦାନ କରିବା, ବିମାନ ବନ୍ଦର ର ନାଁ କୁ ବ୍ରହ୍ମପୁର ବିମାନ ବନ୍ଦର (ରଙ୍ଗେଇଲୁଣ୍ଡା) କରିବା, ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ବିଶାଖାପାଟଣା, ଦିଲ୍ଲୀ, ମୁମ୍ବାଇ, ସୁରଥ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ଓ ଡମେଷ୍ଟିକ ସହ କାର୍ଗୋ ବିମାନ ବନ୍ଦର ଭାବେ ଏହାର ବିକାଶ କରିବାକୁ ଏହି ଅବସରରେ ଦାବି କରଯାଇଥିଲା।

ସୂଚନା ଯୋଗ୍ୟ, ଗତ ଦିନରେ ରାଜ୍ୟ ସରକାରଙ୍କ ଅତ୍ୟଧିକ ଅବହେଳା ଯୋଗୁଁ ବ୍ରହ୍ମପୁର ସହରରେ ବିମାନ ବନ୍ଦର ପ୍ରତିଷ୍ଠା କାମ ବିଳମ୍ବିତ ହୋଇଥିଲା। ୨୦୧୮ ର ରୁ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କୁ କେନ୍ଦ୍ର ସରକାର UDAN ଯୋଜନା ରେ ସାମିଲ କରିଥିଲେ ମଧ୍ୟ ଏହାର କାମ ୨୦୨୩ ପର୍ଯ୍ୟନ୍ତ କରାଯାଇ ନଥିଲା। ନିର୍ବାଚନ ପାଖେଇ ଆସିବା ପରେ ତରବରିଆ ଭାବେ କୌଣସି ଭିତ୍ତିଭୂମି ର ବିକାଶ କରା ନଯାଇ ୨୦୨୩ ମାର୍ଚ୍ଚ ୫ ରୁ ତତ୍କାଳୀନ ରାଜ୍ୟ ସରକାର ବ୍ରହ୍ମପୁର ରୁ ଭୁବନେଶ୍ୱର ନନ-ସେଡୁଲ ବିମାନ ସେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ବିମାନ ବନ୍ଦର ର ରନୱେ ୧୨୦୦ ମିଟର କୁ ବୃଦ୍ଧି ହେଉଛି ଓ ଏହାର ଅନ୍ୟ ଭିତ୍ତିଭୂମି ର ବିକାଶ କାର୍ଯ୍ୟ ଚାଲୁ ରହିଛି।

କିନ୍ତୁ ଯେଉଁ ପର୍ଯ୍ୟନ୍ତ ୩୦୦୦ ମିଟର ରନୱେ ନାହିଁ ସେହି ପର୍ଯ୍ୟନ୍ତ ବ୍ରହ୍ମପୁର ରୁ ବଡ ବିମାନ ଉଡ଼ିବା ସମ୍ଭବ ନୁହଁ ତାହା ମୋହନ ମାଝି ଙ୍କ ନେତୃତ୍ୱ ରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରି ଥିବା ବିଜେପି ସରକାର ଭଲ ଭାବେ ଜାଣିଛି ତେଣୁ ଦକ୍ଷିଣ ଓଡ଼ିଶା ର ଦୀର୍ଘଦିନ ର ଏହି ଦାବିକୁ ରାଜ୍ୟ ସରକାର ପୁର୍ଣ୍ଣ କରିବେ ବୋଲି ଜନସାଧାରଣ ଆଶା ପୋଷଣ କରୁଛନ୍ତି। ଏହି ଅବସରରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଏନ୍. ନୀଳମାଧବ ପାତ୍ର, ଶ୍ରୀନିବାସ ରାଓ, ପ୍ରକାଶ ଭଜାନି ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରାମ ପ୍ରସାଦ ତ୍ରିପାଠୀ
ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
Odf2000@gmail.com
Press Release
20 July, 2024


Teaming up with Ichhapuram, Palasa (etc.) and in general with Northern Andhra region for this airport is a great idea.


RE: Airport at Berhampur - Chitta - 07-20-2024

[Image: attachment.php?aid=632]The following map shows gives an idea of the region this airport will serve if it has 4c certification with regular flights.