Thread Rating:
  • 0 Vote(s) - 0 Average
  • 1
  • 2
  • 3
  • 4
  • 5
Projects, Plans and Approvals
#3
Following is excerpted from https://moodisha.com/8923-crore-for-6-ne...-projects/


Quote:ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ ନିର୍ମାଣ ହେବ।

  • ଜାତୀୟ ରାଜପଥ ୪୯ର କନକତୋରା-ଝାରସୁଗୁଡ଼ା ସେକ୍‌ସନରେ ଇବ ନଦୀ ଉପରେ ଛଅ ଲେନ ବିଶିଷ୍ଟ ନୂତନ ସେତୁ ପାଇଁ ୧୦୦ କୋଟି ଖର୍ଚ୍ଚ କରାଯିବ।
  • ବଅଁରପାଳ ଠାରୁ ବହ୍ଲରଛକ ଏବଂ ବହ୍ଲରଛକ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ୧୭ କିମି ରାସ୍ତାକୁ ୯୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାରିଥାକିଆ କରାଯିବ।
  • ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ୍‌ ‌ରୋଡ୍‌ ଯୋଜନାରେ
    * ରାମେଶ୍ବରରୁ ଗୋବିନ୍ଦଗଡ଼ ମଧ୍ୟରେ ୪୧ କିମି (୨୨୭୪ କୋଟି ଟଙ୍କା)
    * ଗୋବିନ୍ଦଗଡ଼ରୁ ବିଲିପଡ଼ା ମଧ୍ୟରେ ୩୦ କିମି (୧୮୯୫ କୋଟି ଟଙ୍କା)
    * କୁଶପଙ୍ଗିରୁ ଟାଙ୍ଗି ମଧ୍ୟରେ ୪୦ କିମି  (୨୨୨୭ କୋଟି ଟଙ୍କା) ୬ ଲେନ୍‌ ବିଶିଷ୍ଟ ସଡ଼କ ପାଇଁ ମନ୍ତ୍ରାଳୟ ଅନୁମୋଦନ
  • ଏହା ବାଦ୍‌ ୩୫ କିମି ସମ୍ବଲପୁର ରିଙ୍ଗ୍‌ ରୋଡ୍‌ ୧୪୫୦ କୋଟି ଟଙ୍କା ବ୍ୟୟରେ ୪ ଲେନ୍‌ ବିଶିଷ୍ଟ ହେବ।

ଓଡ଼ିଶାରେ ସଡ଼କ ଭିତ୍ତିଭୂମିର ସାମଗ୍ରିକ ଉନ୍ନତୀକରଣ ଓ ବିକାଶ ପାଇଁ ଗତ ୧୩ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୭୫ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ଏହା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ଛଅଟି ପ୍ରକଳ୍ପ ନିର୍ମାଣ ବାବଦରେ ୮୯୨୩ କୋଟି ବ୍ୟୟ ଅଟକଳକୁ ଅନୁମୋଦନ ପାଇଁ ତତ୍ପରତା ପ୍ରକାଶ କରିଛି।
Reply


Messages In This Thread
Projects, Plans and Approvals - by Chitta - 08-16-2024, 09:11 PM
RE: New projects - by Chitta - 08-25-2024, 10:15 AM
RE: New projects - by Chitta - 08-25-2024, 10:28 AM

Forum Jump:


Users browsing this thread: 6 Guest(s)